Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ECMO ମେସିନ୍

ଭୁବନେଶ୍ୱର: ଓଡ଼ିଶା ଆସିଲା ECMO ମେସିନ୍ । ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା (ଶିଶୁ ରୋଗ) ଓ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟଜିତ ମିଶ୍ର ।

ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନଥିବାରୁ ମେସିନ୍ ଚଳାଇବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ECMO ଚିକିତ୍ସାରେ ଥିବା ଜଣେ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ପଡିଥାଏ। ସେଥିପାଇଁ ନର୍ସଙ୍କ ଆବଶ୍ୟକତା ରହିଛି ।

ଭୁବନେଶ୍ୱର ଏମ୍ସରେ ପୂର୍ବରୁ ECMO ମେସିନ୍ ନଥିଲା । କରୋନା ପରେ ଗତବର୍ଷ ଇକମୋ ୟୁନିଟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଲକ୍ଷ୍ୟ ରଖିଥିଲେ ଏମ୍ସ କର୍ତ୍ତୃପକ୍ଷ । ତେବେ ଗତବର୍ଷ ନଭେମ୍ବର ଏଥିପାଇଁ ହୋଇଥିବା ଇ-ଟେଣ୍ଡର କେହି ସାମିଲ ହୋଇ ନଥିଲେ । ଆସନ୍ତା ତିନି ମାସ ଭିତରେ ଦ୍ୱିତୀୟ ECMO ମେସିନ୍ ଆସିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.