Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା ।

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ସେ କୁଳପତି ଭାବେ ଅବସର ନେବା ପରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଡିନ ଭାବେ କାମ କରୁଥିଲେ ।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ଓଡିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଭାପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପୁଟର ସାଇନ୍ସ ବିଭାଗରେ ସେ ପ୍ରଫେସର ଭାବେ କାମ କରିଥିଲେ ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି, ସ୍ପିଚ୍ ପ୍ରୋସେସିଂ, ଇମେଜ୍ ପ୍ରୋସେସିଂ, ନାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ ଓ ହାଇ ଏନର୍ଜି ଫିଜିକ୍ସ କ୍ଷେତ୍ରରେ ଅନେକ ଗବେଷଣା କରିଛନ୍ତି ।

ଇଂଜିନିଅରିଂ ଓ ବୈଷୟିକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ ମସିହାରେ ତାଙ୍କୁ ସମ୍ମାନଜନକ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ମିଳିଥିଲା । ଏଥି ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟରୁ ତାଙ୍କୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.