Latest Odisha News

BREAKING NEWS

ଅଭିନେତ୍ରୀ ୟାମି ଗୌତମଙ୍କୁ ଇଡିର ସମନ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଅଭିନେତ୍ରୀ ୟାମି ଗୌତମଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।

ନିକଟରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୟାମି। ସୂଚନା ଅନୁଯାୟୀ ୟାମି ଫେମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଇଡିର ଜୋନ୍ ୨ ଦ୍ୱାରା ଏହି ମାମଲାର ଅନୁସନ୍ଧାନ କରାଯାଉଛି। ଏହା ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀଙ୍କୁ ଇଡି ଡକାଇଥିବା ଜଣାପଡ଼ିଛି।

Comments are closed.