ଭୁବନେଶ୍ବର : ଭୁବନେଶ୍ବର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା । ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ । ଏହାସହ ଦ୍ବିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଟିକା ଦେବାକୁ ନିଷ୍ପତ୍ତି ହୋଇଛି ।
ଟିକା ଦେବାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଗୋଟିଏ ଜିଲ୍ଲରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯିବ । ତେଣୁ ଏହି ସମୟରେ ପ୍ରଥମ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ କୋଭାକ୍ସିନ ଓ ଦ୍ବିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ କୋଭିସିଲ୍ଡ ଦିଆଯିବ । ଯେପରି ଭିନ୍ନ ଭିନ୍ନ କମ୍ପାନୀର ଡୋଜ୍ ଦେବାରେ ତ୍ରୁଟି ନହୁଏ ସେଥିପାଇଁ ଜରୁରୀ ସୂଚନା ମଧ୍ୟ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
Comments are closed.