Latest Odisha News

ଉତରାଖଣ୍ଡରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂ

ଡେରାଡୁନ: ଉତରାଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି । ୪ମାସ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ନ ଥିବା ମୁଖ୍ୟମନ୍ତ୍ରୀ ତୀରଥ ସିଂ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଥିପାଇଁ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତି ନେଇଥିବା ଜଣାପଡିଛି ।

କରୋନା ମହାମାରୀ ଯୋଗୁ ଏବେ ସେଠାରେ ଉପ ନିର୍ବାଚନ ହେବା ଆଶା କ୍ଷୀଣ । ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚିତ ହେବା ଜରୁରୀ ହୋଇ ପଡିଥିଲା । ଏହାକୁ ଦେଖି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଇ ବିଜେପି ଆଉ ୬ ମାସ ସରକାର ଗଡେଇ ନେବାକୁ ଚାହୁଁଛି । ଏହା ପରେ ଉତରାଖଣ୍ଡ ନିର୍ବାଚନ ସମୟ ପାଖେଇ ଯାଇଥିବ ।

Leave A Reply

Your email address will not be published.