ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ। ସାଥ୍ ନିଭାନା ସାଥିଆର ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟ୍ଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେ ଏବେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ ବୋଲି ରୁପଲଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି।
ରୁପଲ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ତିନି ଚାରି ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ତେବେ କେଉଁ କାରଣ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାହା ଏଯାଏ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
Comments are closed.