Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ସ୍ବର୍ଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ରଙ୍ଗରାଜନ୍ କୁମାରାମଙ୍ଗଲାମଙ୍କ ପତ୍ନୀ କିଟି କୁମାରାମଙ୍ଗଲମଙ୍କୁ ବୁଧବାର ଦିଲ୍ଲୀର ବସନ୍ତ ବିହାର ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ପଛରେ ଡକାୟତି ଉଦ୍ୟମ ହୋଇଥିବା ପୋଲିସ କହିଛି। ମୃତ୍ୟୁ ବେଳକ ତାଙ୍କୁ ୬୭ ବର୍ଷ ହୋଇଥିଲା।

ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଉକ୍ତ ଅଞ୍ଚଳର ୨୪ ବର୍ଷିୟ ଲଣ୍ଡ୍ରି ବ୍ୟବସାୟୀ ରାଜୁଙ୍କୁ ଗିରଫ କରିଛି। ଏହି ସମୟରେ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି।

ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ୱାଶର୍‌ମ୍ୟାନ କିଟିଙ୍କ ଘରେ ପ୍ରବେଶ କରିଥିଲେ ଏବଂ ଘରୋଇ କର୍ମଚାରୀ କବାଟ ଖୋଲିବା ପରେ ସେ ତାଙ୍କୁ ଜୋର ଜବରଦସ୍ତି ଏକ କୋଠରୀକୁ ଟାଣି ନେଇ ତାଙ୍କୁ ଅଟକାଇ ଥିଲେ ବୋଲି ପୋଲିସ କହିଛି।

ଏହା ଭିତରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘରେ ପଶି କିଟି କୁମାରମଙ୍ଗଲମଙ୍କୁ ହତ୍ୟା କରିଥିଲେ।

ପିଆର୍‌ ରଙ୍ଗରାଜନ୍ କୁମାରମଙ୍ଗଲମ ୧୯୯୮ରୁ ୨୦୦୧ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Comments are closed.