Latest Odisha News

BREAKING NEWS

ୟୁରୋ କପ ଫାଇନାଲରେ ଇଟାଲୀ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦଳ ଭାବେ ଇଟାଲୀ ଫାଇନାଲରେ ପ୍ରବେଶ କରିଛି । ରୋମାଂଚକ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟଆଉଟ (୪-୨)ରେ ସ୍ପେନକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର ୬୦ତମ ମିନିଟରେ ଫେଡରିକୋ ଚିଏସା ଇଟାଲୀ ପାଇଁ ଗୋଲ ସ୍କୋର କରିଥିଲେ । ଜବାବରେ ସ୍ପେନ ୮୦ତମ ମିନିଟରେ ଅଲଭୋରୋ ମୋରାଟାଙ୍କ ଗୋଲ ବଳରେ ମ୍ୟାଚ ସମାନ ସ୍ଥିତିକୁ ଆଣି ଦେଇଥିଲା ।

ପେନାଲ୍ଟି ଶୁଟ ଆଉଟରେ ଇଟାଲି ୪ଟି ଗୋଲ କରିଥିବା ବେଳେ ସ୍ପେନ ୨ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ଓ ଡେନମାର୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ବିଜେତାକୁ ଇଟାଲୀ ଫାଇନାଲରେ ଭେଟିବେ ।

Leave A Reply

Your email address will not be published.