ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ ପାଖରୁ ସୁରାକ ମିଳିବା ପରେ ବାଘ ଛାଲ ରାକେଟକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।

ଛତିଶଗଡ଼ ଓ ଓଡିଶା ବନ ବିଭାଗର ମିଳିତ ଚଢ଼ାଉ ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯ଟି ବାଘ ଛାଲ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖରିଆର ବନ ବିଭାଗ ଓ ଏମ୍.ରାମପୁର ବନ ବିଭାଗ ପ୍ରଥମେ ପଲମ ନିକଟରୁ ବାଇକରେ ବାଘ ଦାନ୍ତ ଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାରେ ଗିରଫ ଯୁବକଙ୍କୁ ଜେରା ବେଳେ ଖୋଲିଥିଲା ଗୁମର ।

ମଧ୍ୟପ୍ରଦେଶ ଜବଲପୁରର ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମର ମୁଖ୍ୟ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଚଢ଼ାଉ ହୋଇଛି । ଏହି ରାକେଟରେ ଚେର କେଉଁ ଯାଏ ଲମ୍ବିଛି ? ଆଉ କେଉଁ ସବୁ ରାଜ୍ୟରେ ବାଘ ଛାଲ ବେପାର ଚଳାଇଥିଲେ ? ରାକେଟର କିଏ ମାଷ୍ଟରମାଇଣ୍ଡ ? ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଖୋଳତାଡ ଜାରି ରହିଛି ।
BREAKING NEWS
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Comments are closed.