Latest Odisha News

BREAKING NEWS

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ ବଚସାରୁ ମାରପିଟ ହୋଇଥିଲା ।

ଉଭୟ ପକ୍ଷ ମାରଣାସ୍ତ୍ର ଜରିଆରେ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଗୋଷ୍ଠୀର ଜଣେ ଲେଖାଏ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ଧନପତି ଜାନୀ ଓ ସହଦେବ ଜାନି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ୩ ଜଣ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ କରୁଛି ଦଶମନ୍ତପୁର ଥାନା ପୋଲିସ । କିଛି ଲୋକଙ୍କୁ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.