Latest Odisha News

BREAKING NEWS

୩ ବର୍ଷ ପରେ ପୁଣି ଏକାଠି ହେଲେ ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ୱର : ଅନେକ ଦିନର ବ୍ୟବଧାନ ପରେ ପୁଣି ବଡ ପରଦାରେ ଏକାଠି ନଜର ଆସିବେ ରୋମାଣ୍ଟିକ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ।

ଓଡିଆ ସିନେ ଜଗତର ଚକଲେଟ୍ ହିରୋ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅର୍ଚ୍ଚିତା ସାହୁ ପାଖାପାଖି ୩ବର୍ଷ ପରେ ଏକାଠି ବଡ ପରଦାରେ ନଜର ଆସିବେ । ଯାହାଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି ।

https://www.facebook.com/120846901369461/posts/2106421976145267/?app=fbl

ଦୁହିଁଙ୍କ ଅପକମିଂ ନୂଆ ସିନେମାର ଟାଇଟଲ ରହିଛି ‘ଅଭିମାନ’ । ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି ।

ସିର୍ଦ୍ଧାଥ ଟିଭି ତଥା ସିର୍ଦ୍ଧାର୍ଥ ମ୍ୟୁଜିକର ଆଗାମୀ ଅବଦାନ ଅର୍ଥାତ୍ ଏହାର ୨୬ ତମ ଚଳଚ୍ଚିତ୍ରରେ ଦୁହେଁ ଏକାଠି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି ।

‘ପାଗଳ କରିଛି ପାଉଁଜି ତୋର’, ‘ମୁଁ ଏକା ତୁମର’, ‘ସ୍ମାଇଲ ପ୍ଲିଜ୍’, ‘ପିଲାଟା ବିଗିଡିଗଲା’ ଓ ‘ବାଏ ବାଏ ଦୁବାଇ’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏହି ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ।

ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମତ ହୋକୁ ଯାଉଛି । ମୃତ୍ୟୁଞ୍ଜୟ ସାହୁ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇବେ ।

Leave A Reply

Your email address will not be published.