ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା ୪୮ ଘଣ୍ଟିଆ କର୍ଫ୍ୟୁ ଆଗୁଆ ପ୍ରତ୍ୟାହାର ହୋଇଛି । ଆଜି ରାତି ୮ଟା ଯାଏ ପ୍ରଶାସନ କର୍ଫ୍ୟୁ ଜାରି କରିଥିଲା । ପୁରୀ ସହରରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ବି ଗୁଣ୍ଡିଚା ମନ୍ଦିର ସନ୍ନିକଟ ଅଞ୍ଚଳରେ କିନ୍ତୁ କଟକଣା ବଳବତ୍ତର ରହିବ । ଶ୍ରୀଜିଉମାନଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ କିଛି ଅଞ୍ଚଳରେ କର୍ଫ୍ୟୁ କଟକଣାକୁ ବଳବତ୍ତର ରହିଛି ।
କୁମ୍ଭାରପଡା ସାହିର ମିଶ୍ର ଲେନ୍ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ୍ ଦେଇ ବାନାମ୍ବର ଛକଠାରୁ ମାଟିଆପଡା ଛକ, ମାଟିଆପଡା ଛକଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକଠାରୁ ବଡଶଙ୍ଖ ଯାଏ କଟକଣା ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ ।
ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ କାଲି ସକାଳ ୬ଟା ଭିତରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡି ବ୍ୟତୀତ ଅନ୍ୟ ଗାଡି ଯାଆସ ଉପରେ କଟକଣା ରହିବ । ସହଯୋଗ କରିବା ପାଇଁ ପୁରୀବାସୀଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।
Comments are closed.