Latest Odisha News

BREAKING NEWS

ନିଆଁରେ ପୋଡ଼ି ହୋଇ ସହକାରୀ ବନ ସଂରକ୍ଷକ ଗୁରୁତର

ପାରଳାଖେମୁଣ୍ଡି: ନିଆଁରେ ପୋଡ଼ି ହୋଇଗଲେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ସୌମ୍ୟରଞ୍ଜନ ମହାପାତ୍ର । ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ୍ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଣାଯାଇଥିଲ । ଏହାପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ।

କେମିତି ଓ କେଉଁ ପରିସ୍ଥିତିରେ ସେ ପୋଡ଼ି ହେଲେ କାରଣ ଅସ୍ପଷ୍ଟ ରହିଛି । ତାଙ୍କ ସହ ସରକାରୀ କ୍ୱାର୍ଟରରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବି ଥିଲେ । ଗତକାଲି ରାତିରେ ପତ୍ନୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ସମେତ ଜିଲ୍ଲା ବନଖଣ୍ଡ ଅଧିକାରୀ, ସ୍ଥାନୀୟ ତହସିଲଦାର ପ୍ରମୁଖ ପହଞ୍ଚିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ସେ ପୋଡ଼ିହେଲେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.