ୱାଶିଂଟନ୍: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ସୋମବାର ଚେତାବନୀ ଦେଇଛି ଯେ ଜନସନ ଆଣ୍ଡ ଜନସନ କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଗୁଇଲେନ-ବାରେ ସିଣ୍ଡ୍ରୋମ କୁହାଯାଉଛି।
ରିପୋର୍ଟ ଅନୁଯାୟୀ ଜନ୍ସନ ଆଣ୍ଡ ଜନସନ୍ ଟିକା ଦେବାର ୪୨ ଦିନ ମଧ୍ୟରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ ହେବାର ଲକ୍ଷଣ ବିକଶିତ ହେଉଥିବା କୁହାଯାଉଛି।
ଜେ ଆଣ୍ଡ ଜେ ଟିକା ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଏଫଡିଏ ଅନୁଯାୟୀ ଯେ ମର୍ଡନା ଏବଂ ଫାଇଜର କୋଭିଡ-୧୯ ଟିକାର କୌଣସି ସମସ୍ୟା ଦେଖାଉ ନାହିଁ।
Comments are closed.