ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୫୫ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାରତୀୟ ମହିଳା ଆଥଲେଟ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଭାବ ବିସ୍ତାର କରୁଛନ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୦୦, ୧୯୨୦, ୧୯୨୮, ୧୯୩୨ ଓ ୧୯୩୬ରେ ଏବଂ ପରେ ୧୯୪୮, ୧୯୬୦, ୧୯୬୮ ଓ ୧୯୭୬ରେ ଜଣେ ବି ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇ ନ ଥିଲେ । ଧିରେ ଧିରେ ସ୍ଥିତିରେ ପରିବର୍ତନ ଆସିଥିଲା ୨୦୧୬ ପର୍ଯ୍ୟନ୍ତ ୭ ଅଲିମ୍ପିକ୍ସରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ । ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଆମେରିକା ଏବଂ ସମର୍ଥକ ଦେଶମାନେ ଅଲିମ୍ପିକ୍ସୁ ବର୍ଜନ କରିଥିଲେ । ଏହାର ଫାଇଦା ଭାରତକୁ ମିଳିଥିଲା ଏବଂ ପ୍ରଥମ ଥର ପାଇଁ ପାଇଁ ପ୍ରତିଯୋଗୀ ଅଂଶଗ୍ରହଣ କରିବା ସୁଯୋଗ ପାଇଥିଲେ । ୧୯୮୪ରେ ସୋଭିଏଟ ସମର୍ଥକ ଓହରିବା ଫଳରେ ପ୍ରଥମ ଥର ପାଇଁ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ । ୧୯୮୮, ୧୯୯୨ ଓ ୧୯୯୬ରେ ୧୦ରୁ କମ୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ଥିତିରେ ସୁଧାର ଆସିଥିଲା । ପ୍ରଥମ ଥର ପାଇଁ ସର୍ବାଧିକ ୧୯ ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ ଏବଂ୨୦୦୮ରେ ୨୫ ଲେଖାଁଏ, ୨୦୧୨ରେ ୨୩ ପ୍ରତିଯୋଗୀ ସାମିଲ ହୋଇଥିଲେ । ୨୦୧୬ ପରଠାରୁ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଦେଶର ସମ୍ମାନ ବଢ଼ାଇଛନ୍ତି । ୨୦୦୦ରେ କର୍ଣ୍ଣମ ମାଲେଶ୍ୱରୀ ଭାରୋତୋଳନରେ ଭାରତ ପାଇଁ ମହିଳା ଭାବେ ପ୍ରଥମ ପଦକ ଜିତିଥିଲେ । ଶେଷ ୨ଟି ଅଲିମ୍ପିକ୍ସରେ ଭାରତ ୮ ପଦକ ଜିତିଛି ଏବଂ ୪ ମହିଳା ଆଥଲେଟ ଏହି ସଫଳତା ଆଣିଛନ୍ତି । ସାଇନା ନେହ୍ୱାଲ, ମେରୀ କମ, ପିଭି ସିନ୍ଧୁ ଓ ସାକ୍ଷୀ ମଲ୍ଲିକ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ରିଓରେ ଓଭରାଲ ଆମେରିକା ଏବଂ ଚୀନର ମହିଳା ଆଥଲେଟ ପୁରୁଷଙ୍କ ତୁଳନାରେ ଅଧିକ ପଦକ ଜିତିଥିଲେ ।
BREAKING NEWS
- ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?
- ଇମ୍ରାନ ସମର୍ଥକ ରାଲିରେ ହିଂସା: ୫ ମୃତ, ସୁଟ୍ ଆଟ୍ ସାଇଟ୍ ଅର୍ଡର ଜାରି
- ବିସ୍ଫୋରଣରେ ଦୋହଲିଲା ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍!
- ୨୬/୧୧: ମନେପଡେ ସେଦିନର ଲୋମହର୍ଷଣକାରି ଘଟଣା
- ସରକାରଙ୍କ ବଡ ଘୋଷଣା: ପ୍ୟାନ-୨.୦କୁ ଅନୁମୋଦନ
- ପୁଣି କଳାକନା ବୁଲାଇଲେ ଲୁଟେରା, ୪ଟି ମନ୍ଦିରରୁ ସିରିଜ୍ ଲୁଟ୍
- ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
- ନନ୍ଦନକାନନକୁ ଆସିଲେ ନୂଆ ଅତିଥି
- ବଢୁଛି ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର, ଗିରଫ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁ
- ସମ୍ବିଧାନ ଦିବସ ୨୦୨୪: ଉନ୍ମୋଚିତ ହେବ ଭାରତ ସମ୍ବିଧାନ ଓ ତା’ର ଗୌରବମୟ ଯାତ୍ରାର ୨ଟି ପୁସ୍ତକ
Comments are closed.