Latest Odisha News

BREAKING NEWS

ବିଦ୍ୟୁତ୍ ଚୋରି ଅଭିଯୋଗରେ ଶିବସେନା ନେତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ବିଦ୍ୟୁତ୍‌ ଚୋରି ଅଭିଯୋଗରେ ଧରା ହେଲେ ଶିବସେନା ନେତା ସଞ୍ଜୟ ଗାଇକୱାଡ। ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ରୋଲ୍ସ ରଏସ୍ କାର କିଣିଥିବା ଅଭିଯୋଗରେ ସଞ୍ଜୟଙ୍କ ନାଁରେ ପ୍ରାୟ ୩୫,୦୦୦ ଟଙ୍କା ବିଦ୍ୟୁତ୍ ଚୋରି ଅଭିଯୋଗରେ ମାମଲା ଦାଏର୍‌ କରାଯାଇଛି।

ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ (MSEDCL) ର ଅଧିକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗରେ ପୋଲିସ୍ ଷ୍ଟେସନରେ ସଞ୍ଜୟ ଗାଇକୱାଡଙ୍କ ବିରୋଧରେ ଏକ ମାମଲା ଦାଏର୍‌ କରାଯାଇଥିଲା।

ସୂଚନାନୁସାରେ, MSEDCL ଅଧିକାରୀମାନେ ମାର୍ଚ୍ଚରେ କୋକସେୱାଡି ଅଞ୍ଚଳରେ ଗାଇକୱାଡ ଦ୍ୱାରା ପରିଚାଳିତ ଏକ ନିର୍ମାଣ ସ୍ଥଳରେ ବିଦ୍ୟୁତ ଚୋରି ବିଷୟରେ ଜାଣିଥିଲେ।

ଏହା ପରେ ଗାଇକୱାଡକୁ ୩୪,୮୪୦ ଟଙ୍କା ବିଲ୍ ପଠାଯାଇଥିଲା ଏବଂ ତାଙ୍କୁ ୧୫,୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିଲା।

ଯେତେବେଳେ ଗାଇକୱାଡ୍ ବିଲ୍‌ ପୈଠ କରିବାରେ ବିଫଳ ହେବାପରେ ତାଙ୍କ ବିରୋଧରେ ୩୦ ଜୁନ୍‌ରେ ବିଦ୍ୟୁତ୍ ଚୋରି ଅଭିଯୋଗରେ ମାମଲା ଦାଖଲ କରାଯାଇଥିଲା।

ଜୁଲାଇ ୧୨ ରେ, ଗାଇକୱାଡ ୪୯,୮୪୦ ଟଙ୍କା ପ୍ରଦାନ କରିଥିଲେ, ଯେଉଁଥିରେ “ବିଦ୍ୟୁତ ଚୋରି” ପାଇଁ ୩୪,୮୪୦ ଟଙ୍କା ଏବଂ “ସମାଧାନ ରାଶି” ଭାବରେ ୧୫,୦୦୦ ଟଙ୍କା ଅନ୍ତର୍ଭୂକ୍ତ କରାଯାଇଥିଲା ବୋଲି ଏମଏସଡିସିଏଲ କହିଛି।

Leave A Reply

Your email address will not be published.