Latest Odisha News

ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାରୀ ନଳିନୀ

ତାମିଲନାଡୁ : ଦୀର୍ଘକାଳୀନ ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ସଜା ଭୋଗୁଥିବା ନଳିନୀ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନିକଟକୁ ପତ୍ର ଲେଖିଛନ୍ତି ନଳିନୀ । ସେ କହିଛନ୍ତି, ତାଙ୍କ ସହ ସ୍ବାମୀ ତଥା ଅନ୍ୟତମ ଦୋଷୀ ସାବ୍ୟସ୍ତ ମୁରୁଗାନଙ୍କୁ ମଧ୍ୟ ପାରୋଲରେ ଛଡାଯାଉ । ନଳିନୀ ଓ ମୁରୁଗାନଙ୍କୁ ଜେଲରେ ଭେଟିବା ପରେ ସେମାନଙ୍କ ଓକିଲ ପୁଗାଲେନ୍ଥି ଏହା କହିଛନ୍ତି ।

ଦୀର୍ଘ ଦିନ ପରେ ସେମାନଙ୍କୁ ପାରୋଲ ମିଳୁ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ସେମାନେ ଅନୁରୋଧ କରିଛନ୍ତି । ୧୯୯୧ ମେ ୨୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ନଳିନୀ ଓ ସ୍ବାମୀ ମୁରୁଗାନଙ୍କ ସହ ୭ ଜଣ ଦୋଷୀ ସାବ୍ୟସ୍ତ । ସେମାନେ ଜେଲରେ ପ୍ରାୟ ୩୦ ବର୍ଷ କଟାଇ ସାରିଲେଣି । ତେଣୁ ସେମାନଙ୍କ ମୁକ୍ତି ଲାଗି ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ଏପରିକି ଅଢେଇ ବର୍ଷ ତଳେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତି ଦେବା ଲାଗି ଏକ ପ୍ରସ୍ତାବ ତାମିଲନାଡୁ ବିଧାନସଭାରେ ଗୃହିତ ହୋଇଥିଲା । ଗତ ଫେବ୍ରୁଆରୀରେ ରାଜ୍ୟପାଳ ଏହି ସୁପାରିଶକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

Comments are closed.