Latest Odisha News

ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେଲା ମଞ୍ଜୁଳା

କଟକ : ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି ନବରଙ୍ଗପୁରର ନାବାଳିକା । ସର୍ପ ଦଂଶନ ଯନ୍ତ୍ରଣାରେ ମାସେ ଧରି ଛଟପଟ ହେଉଥିଲା ମଞ୍ଜୁଳା । ଏହି ଖବର ଜଣାପଡିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗରେ ମଞ୍ଜୁଳାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି କହିଛଇ ଜିଲ୍ଲା ପ୍ରଶାସନ ।

BjdElectrycity

ସେପଟେ ମଞ୍ଜୁଳାକୁ କାମୁଡିବା ପରେ ବନ୍ଦୀ ଥିବା ନାଗ ସାପକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପରିବାର ଲୋକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହଳଦୀ ପଞ୍ଚାୟତ ବାଲିଝର ଗାଁର ୯ ବର୍ଷୀୟ ଝିଅ ମଞ୍ଜୁଳାକୁ ମାସେ ତଳେ ନାଗ ସାପ କାମୁଡିଥିଲା । କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାର ଚିକିତ୍ସା କରିପାରି ନଥିଲେ ପରିବାର ଲୋକ । ଫଳରେ କାନ୍ଧରୁ ଆଙ୍ଗୁଠି ଯାଏ ପଚିବାକୁ ବସିଥିଲା । ଏହି ଖବର ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଚିକିତ୍ସା ପାଇଁ ପଦକ୍ଷେପ ନେଇଛି । ଅନ୍ୟପଟେ ବନ୍ଦୀ ଥିବା ନାଗ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଚିକିତ୍ସା ପରେ ତାକୁ ଜଙ୍ଗଲକୁ ଛଡାଯିବ ନା ନାହିଁ ସେନେଇ ନିଷ୍ପତ୍ତି ନେବ ବନ ବିଭାଗ ।

Leave A Reply

Your email address will not be published.