Latest Odisha News

BREAKING NEWS

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୮ ତାରିଖରେ ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ ଆଲୋଚନା କରିବେ । ଏହି ଅଧିବେଶନ କାଳରେ ଆସିବାକୁ ଥିବା ବିଭିନ୍ନ ବିଲ୍ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ।

ଗୃହକାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ସରକାରୀ ଓ ବିରୋଧୀ ଦଳ ଆଲୋଚନା କରିବେ । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଲୋକସଭାରେ ଗୃହର ନେତା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେବେ । ଆସନ୍ତା ରବିବାର ଅପରାହ୍ନରେ ବସିବ ବିଜେପି ସଂସଦୀୟ ଦଳ ବୈଠକ । ଏହି ବୈଠକରେ ଦଳର କିଛି ମନ୍ତ୍ରୀ, ନେତା ଉପସ୍ଥିତ ରହିବେ । ଏହାପରେ ପରେ ଏନଡିଏର ଏକ ବୈଠକ ବସିବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । କୋଭିଡ ସମୟରେ ଏହି ଅଧିବେଶନ ଯଥେଷ୍ଟ ଗୁରୁତ୍ବ ବହନ କରୁଛି । ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଅଗଷ୍ଟ ୧୩ ଯାଏଁ ଏହା ଚାଲିବ । ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି ।

Leave A Reply

Your email address will not be published.