ଭୁବନେଶ୍ବର : ରାଜ୍ୟରେ କୋହଳ ହେଲା କୋଭିଡ କଟକଣା । ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ହେଲେ ଏବେ ସରକାରଙ୍କ ପାଇଁ ନୂଆ ସମସ୍ୟା ଛିଡା କରିଛନ୍ତି ବସ ମାଲିକ ସଂଘ । ତୈଳ ଦର ବୃଦ୍ଧି ସାଙ୍ଗକୁ ଦେଢ଼ ବର୍ଷ ହେଲାଣି ବସ ଅଚଳ ହୋଇ ପଡିଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ । ତେଣୁ ଏଭଳି ସ୍ଥିତିରେ ଋଣ କିସ୍ତି ସୁଝିବା ସମ୍ଭବପର ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଘରୋଇ ବସ ମାଲିକ ସଂଘ ।
୪ ଦଫା ଦାବିରେ ଅଟଳ ଘରୋଇ ରହିଛି ବସ ମାଲିକ ସଂଘ । ବସ ଚଳାଚଳ ନକରିବାକୁ ବସିଥିବା ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଲକଡାଉନ ସାଙ୍ଗକୁ ତେଳ ଦର ବୃଦ୍ଧି ଏବେ ବସ ମାଲିକଙ୍କ ପାଇଁ ସମସ୍ୟା ଛିଡା କରିଛି । ଅନେକ ଦିନ ହେଲେଣି ବସ ଚଳାଚଳ ବନ୍ଦ ରହିଛି । କିଛି ବସ ବି ନଷ୍ଟ ହେବାକୁ ବସିଲାଣି । ଏପରିସ୍ଥିତିରେ କିପରି ବ୍ୟାକ ଋଣ ସୁଝାଯିବ, ସେନେଇ ପାଲଟା ପ୍ରଶ୍ନ କରିଛନ୍ତି ବସ୍ ମାଲିକ । ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ ଦୁଇ ଜଣ କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଅନୁମତି ମିଳିଥିବାରୁ ସହଂଘ ଆଲୋଚନାରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି । ଯଦି ୫ଜଣ କର୍ମକର୍ତ୍ତାଙ୍କୁ ଆଲୋଚନାରେ ଭାଗ ନେବାକୁ ଅନୁମତି ମିଳେ, ତେବେ ସଙ୍ଘ ଆଲୋଚନାରେ ଅଂଶଗ୍ରହଣ କରିବ । ସରକାର ସଂଘର ଦାବିକୁ ବିଚାର କରିବେ ବୋଲି ଆଶା ରଖିଛି ଘରୋଇ ବସ ମାଲିକ ସଂଘ ।
Comments are closed.