Latest Odisha News

BREAKING NEWS

ଡରାଇଲାଣି ଡେଙ୍ଗୁ, ଜାନୁଆରୀରୁ ଏଯାଏଁ ଖୋର୍ଦ୍ଧାରେ ଚିହ୍ନଟ ହେଲେଣି ୧୧୩ ରୋଗୀ

ଭୁବନେଶ୍ବର : କରୋନା ସାଙ୍ଗକୁ ଏବେ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ମାତିଲେଣି ଡେଙ୍ଗୁ ମଶା । ଜାନୁଆରୀ ଠାରୁ ଏବେ ଯାଏଁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଲେଣି ୧୧୩ ଜଣ ଡେଙ୍ଗୁ ରୋଗୀ । କେବଳ ଚଳିତ ମାସରେ ଚିହ୍ନଟ ହେଲେଣି ୧୦୩ ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢୁଥିବାରୁ ଘର ଚାରି ପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନରଞ୍ଜନ ମିଶ୍ର ।

ତାଙ୍କ କହିବା କଥା ହେଲା, ନିର୍ମଳ ପାଣିରେ ଡେଙ୍ଗୁ ମଶା ବଂଶ ବିସ୍ତାର କରେ । ଘର ଚାରି ପାଖ ସଫା ରଖନ୍ତୁ । ପାଣି ଜମା କରିବାକୁ ଦିଅନ୍ତୁ ନାହିଁ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଜ୍ବର ସହ ଗୋଡ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରନ୍ତୁ । କେବଳ ସରକାରୀ ମେଡିକାଲରେ ଟେଷ୍ଟ କରନ୍ତୁ । ଘରୋଇ ମେଡିକାଲରେ ଟେଷ୍ଟ କରନ୍ତୁ ନାହିଁ । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ହସପିଟାଲ, ଆରଏମଆରସି, ଏମସ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି । ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.