Latest Odisha News

BREAKING NEWS

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ଶ୍ରୀଜିଉଙ୍କର ତିନି ରଥରେ ହେବ ଦକ୍ଷିଣ ମୋଡ଼ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ପାଖରେ ଦଣ୍ଡାୟମାନ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହେବ । ପରମ୍ପରା ଅନୁସାରେ, ଆଜିଠାରୁ ଆରମ୍ଭ ହେବ ଶ୍ରୀଜିଉଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତି ।

ତିନି ରଥର ଦକ୍ଷିଣ ମୋଡ଼ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରଥକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ କରିବ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥପାଖକୁ ଆଣିବେ । ଆଜ୍ଞାମାଳ ଲାଗି ପରେ ରଥରେ ଦଉଡ଼ି ସଂଯୋଗ ହେବ । ଏହାପରେ ତିନି ରଥକୁ ଟାଣି ଗୁଣ୍ଡିଚାମନ୍ଦିରର ନାକଚଣା ଦ୍ୱାର ପାଖରେ ରଖାଯିବ । ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଆସିଥିବା ଶ୍ରୀଜିଉମାନଙ୍କପ ଲୀଳାଖେଳା ଏବେ ସରି ସରି ଆସୁଛି ।

 

Leave A Reply

Your email address will not be published.