Latest Odisha News

BREAKING NEWS

କୋଭିଡ୍ ମୃତ୍ୟୁରେ ବ୍ରାଜିଲ୍‌କୁ ଟପିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: କୋଭିଡ୍‌ ମୃତ୍ୟୁ ମାମଲାରେ ବ୍ରାଜିଲ୍‌କୁ ଅତିକ୍ରମ କରିଛି ଇଣ୍ଡୋନେସିଆ। ଇଣ୍ଡୋନେସିଆରେ ଦୈନିକ କରୋନା ଜନିତ ମୃତ୍ୟୁ ସଙ୍କଟ ବଢିଚାଲିଛି। ରବିବାର ଦିନ ଇଣ୍ଡୋନେସିଆରେ ୧୦୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪,୭୨୧ଟି କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି।

ଜୁଲାଇ ୧୭ ରେ ଇଣ୍ଡୋନେସିଆରେ ୧୦୯୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବ୍ରାଜିଲ ଏହି ମାରାତ୍ମକ ରୋଗ ହେତୁ ୮୬୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମାରାତ୍ମକ ଡେଲଟା ଭାରିଆଣ୍ଟର ପ୍ରସାର ଦ୍ୱାରା ଇଣ୍ଡୋନେସିଆ ପଜିଟିଭ ଏବଂ ମୃତ୍ୟୁ ସଂଖା ବଢୁଛି। ଏହା ଫଳ ସ୍ବରୂପ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ମହାମାରୀର ନୂଆ ଏପିକ୍‌ସେଣ୍ଟର ବୋଲି ଘୋଣଣା କରିଛନ୍ତି।

Comments are closed.