କଲମ୍ବୋ: ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି । ଆସନ୍ତୁ ଜାଣିବା ଏହି ରେକର୍ଡ ସମ୍ପର୍କରେ..
୧.ଶ୍ରୀଲଙ୍କା ବିପକ୍ଷରେ ଭାରତ ସର୍ବାଧିକ ୯୨ ମ୍ୟାଚ ଜିତି ପାକିସ୍ତାନ ରେକର୍ଡ ସହ ସମକକ୍ଷ ହୋଇଛି ।
୨.ଆନ୍ତର୍ଜାତୀୟ କ୍ରିକେଟରେ ଶିଖର ଧାୱନଙ୍କ ୧୦୦୦୦ ରନ ପୂର୍ଣ୍ଣ । ୧୪ତମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।
୩.ଦିନିକିଆ କ୍ରିକେଟରେ ଦ୍ରୁତ ୬୦୦୦ ରନ (୧୪୦ ଇନିଂସରେ) ସଂଗ୍ରହରେ ଧାୱନ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି । ହାସିମ ଆମଲା (୧୨୩ ଇନିଂସ) ପ୍ରଥମ ସ୍ଥାନରେ ରହିଛନ୍ତି ।
୪. ୧୦ମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ୟାରିୟରରେ ୫୦ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର (୧୪୫),ବିରାଟ କୋହଲି (୧୦୫) ଓ ସୌରଭ ଗାଙ୍ଗୁଲି (୯୩) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
୫. ଶ୍ରୀଲଙ୍କା ବିପକ୍ଷରେ ଦ୍ରୁତ ୧୦୦୦ ରନ(୧୭ ଇନିଂସ) ସଂଗ୍ରହରେ ଧାୱନ ଦକ୍ଷିଣ ଆଫ୍ରିକାର ହାସିମ ଆମଲା(୧୮ ଇନିଂସ)ଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୬. ଅଧିନାୟକ ଭାବେ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ୫ମ ଖେଳାଳି ହେଲେ ଧାୱନ ।
୭. ଇଶାନ କିଶାନ ଟି୨୦ ପରେ ଦିନିକିଆ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
୮.ଶ୍ରୀଲଙ୍କା ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା କ୍ରମାଗତ ୯ମ ବିଜୟ ।
୯. ୮ ବର୍ଷ ପରେ ଭାରତ ପାୱାର ପ୍ଲେରେ ସର୍ବାଧିକ ୯୧/୧ ରନ ସଂଗ୍ରହ କରିଛି ।
୧୦.ବ୍ୟକ୍ତିଗତ ଅର୍ଦ୍ଧଶତକ ବିନା ଶ୍ରୀଲଙ୍କାର ଏହା ଥିଲା ସର୍ବାଧିକ ଦଳଗତ ସ୍କୋର(୨୬୨/୯) ।
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.