Latest Odisha News

BREAKING NEWS

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

ବାରିପଦା: ଶିମିଳିପାଳ ଉତ୍ତର ବନଖଣ୍ଡ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ଗୁରୁଗୁଡ଼ିଆ ରେଞ୍ଜ ଅନ୍ତର୍ଗତ ଉତ୍ତରାସ ନିକଟ ରିଜର୍ଭ ଜଙ୍ଗଲରେ ପାଟ୍ରୋଲିଂ ବେଳେ ୩ ଜଣ ପଶୁ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।

ସେମାନଙ୍କ ନିକଟରୁ ୭ କେଜି କୁଟୁରା ମାଂସ ଓ ପଶୁ ଶିକାରରେ ବ୍ୟବହୃତ ଧନୁ, ତୀର ଓ କୁରାଢ଼ୀ ଜବତ ହୋଇଛି । ପଶୁ ଶିକାରୀଙ୍କୁ ଧରିବା ପାଇଁ ଉତ୍ତର ଶିମିଳିପାଳର ଇଉୠ ପ୍ରଦୀପ ଦେ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ।
ସେହିପରି ଚହଲା ରେଞ୍ଜ ଅଧୀନରେ ପେଟ୍ରୋଲିଂ ବେଳେ କୋର ଏରିଆରୁ କାଠ କାଟୁଥିବା ସମୟରେ ୩ ଜଣ କାଠ ମାଫିଆକୁ ଧରିବାରେ ସଫଳ ହେଇଛି ବନ ବିଭାଗ । ସେମାନଙ୍କଠାରୁ ଧନୁ ତୀର, କୁରାଡ଼ି ସହିତ ଚିରାକାଠ ମଧ୍ୟ ଜବତ ହେଇଛି । ଉତ୍ତର ଶିମିଳିପାଳ ଅଭୟାରଣ୍ୟରେ ପେଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିଛି ବନ ବିଭାଗ ।

Leave A Reply

Your email address will not be published.