Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: କରୋନା ଭୟ ଯୋଗୁ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ୩୦ ଭାରତୀୟ ଆଥଲେଟ

ଟୋକିଓ: ୨୩ ଜୁଲାଇରୁ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ । ତେବେ ଏଥର କରୋନା ମହାମାରୀ ଯୋଗୁ ଅନେକ କଟକଣା ଲଗା ଯାଇଛି । ଅନେକ ଅଂଶଗ୍ରହଣକାରୀ ଦେଶ ଏଥିନେଇ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଗୁରୁବାର ସ୍ପଷ୍ଟ କରିଛି ଯେ, ଉଦଘାଟନୀ ଉତ୍ସବରେ କେବଳ ୩୦ ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଯେଉଁ ଖେଳାଳିମାନଙ୍କ ପ୍ରଥମ ଦିନ ଇଭେଂଟରେ ଅଂଶଗ୍ରହଣ କରିବା ଅଛି ସେମାନଙ୍କୁ ଉଦଘାଟନୀ ଉତ୍ସବରେ ଯୋଗ ନ ଦେବା ପାଇଁ କୁହାଯାଇଛି ।

ଏଥର ଟୋକିଓ ଅଲିମ୍ପିକ୍ସରେ ଭାରତର ୧୨୪ ଆଥଲେଟ (୬୯ ପୁରୁଷ, ୫୫ ମହିଳା) ଅଂଶଗ୍ରହଣ କରୁଛନ୍ତି । ଭାରତ ୮୫ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ । ଉଦଘାଟନୀ ଉତ୍ସବରେ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ୬ଥର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ ଜିତିଥିବା ମେରୀ କମ୍ ଧ୍ୱଜବାହକ ହେବେ । ଇଭେଂଟ ପୂର୍ବରୁ ଯେପରି ଆମର କୌଣସି ଖେଳାଳି ସଂକ୍ରମିତ ନ ହେବେ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆଇଓଏ ମହସଚିବ ରାଜୀବ ମେହେଟ୍ଟା କହିଛନ୍ତି ।

Leave A Reply

Your email address will not be published.