Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ଉଦଘାଟନୀ ଉତ୍ସବରେ ତୀରନ୍ଦାଜୀଙ୍କ ମୁକାବିଲା, ନଜରରେ ଦୀପିକା

ଟୋକିଓ: ୨୩ ଜୁଲାଇରୁ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ । ପ୍ରଥମ ଦିନ ଭାରତୀୟ ତୀରନ୍ଦାଜ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ସୁଯୋଗ ପାଇବେ । ପଦକ ଦାବୀଦାର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେବେ । ଏହା ଆଇଏସଟି ୫ଟା୩୦ ଏଏମରେ ଆରମ୍ଭ ହେବ ।

ଏହା ପରେ ୯ଟା୩୦ରେ ପୁରୁଷ ବିଭାଗରେ ଭାରତର ୩ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେମାନେ ହେଲେ ଅତନୁ ଦାସ, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ । ସୂଚନାଯୋଗ୍ୟ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ୪ଟା୩୦ ପିଏମରୁ ଆରମ୍ଭ ହେବ । ଯେଉଁମାନଙ୍କର ପ୍ରଥମ ଦିନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅଛି ସେମାନଙ୍କୁ ଉଦଯାପଦୀ ଉତ୍ସବରେ ଯୋଗ ନ ଦେବା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.