ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ଦକ୍ଷିଣ କୋରିଆ ୩ଟି ଯାକ ସେଟରେ ଭାରତୀୟ ତୀରନ୍ଦାଜଙ୍କୁ ମାତ ଦେଇଥିଲେ । ୬-୦ ସେମାନେ ଏହି ବିଜୟ ହାସଲ କରିଥିଲେ । ପୂର୍ବରୁ କାଜକସ୍ତାନକୁ ୫୫-୫୪, ୫୨-୫୧, ୫୬-୫୭, ୫୫-୫୪ ରେ ପରାସ୍ତ କରି ଭାରତ କ୍ୱାର୍ଟରରେ ପ୍ରବେଶ କରିଥିଲା ।
ଟେବୁଲ ଟେନିସ: ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ଭାରତର ଅଚନ୍ତା ଶରଥ କମଲ ଚମତ୍କାର ପ୍ରଦର୍ଶନ କରି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେ ପର୍ତୁଗାଲର ଟିଓଗୋ ଏପୋଲେନିଆଙ୍କୁ ଦ୍ୱିତୀୟ ରାଉଣ୍ଡରେ ୨-୧୧, ୧୧-୮, ୧୧-୫, ୯-୧୧, ୧୧-୬ ଓ ୧୧-୯ରେ ହରାଇଥିଲେ ।
ହାରିଲେ ଭବାନୀ: ଅସୀ ଚାଳନାରେ ଭାରତର ଭବାନୀ ଦେବୀ ତାଙ୍କ ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସର ମ୍ୟାନନ ବ୍ରୁନେଟଙ୍କ ନିକଟରୁ ୭-୧୫ରେ ହାରି ଯାଇଛନ୍ତି । ପ୍ରଥମ ମୁକାବିଲାରେ ଟ୍ୟୁନିସିଆର ନାଦିୟା ବେନଙ୍କୁ ୧୫-୩ରେ ପରାସ୍ତ କରିଥିଲେ ।
ସାଇରାଜ-ଚିରାଗ ବିଦା: ବ୍ୟାଡମିଂଟନରେ ବି ଭାରତକୁ ଆଜି ନିରାଶା ହେବାକୁ ପଡିଛି । ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଇଣ୍ଡୋନେସିଆ ନିକଟରୁ ୨୧-୧୩, ୨୧-୧୨ରେ ହାରି ଯାଇଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.