ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଟେନିସ ପୁରୁଷ ସିଙ୍ଗଲ୍ସରେ ସୁମିତ ନାଗଲ ରୁଷିଆର ଡେନିଲ ମେଦୱେଦବଙ୍କ ନିକଟରୁ ୬-୨, ୬-୧ ସେଟରେ ପରାଜିତ ହୋଇଛନ୍ତି । ସେହିପରି ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ ବିଭାଗରେ ସୁତୀର୍ଥ ମୁର୍ଖାଜୀ ଦ୍ୱିତୀୟ ରାଉଣ୍ଡରେ ପର୍ତୁଗାଲର ଫୁ ୟୁଙ୍କ ନିକଟରୁ ୩-୧୧, ୩-୧୧, ୫-୧୧, ୫-୧୧ରେ ହାରି ଯାଇଛନ୍ତି ।
ନୌଚାଳନାରେ ବିଷ୍ଣୁ ସରବରନ ଲେଜର ଷ୍ଟାଣ୍ଡାର୍ଡରେ ୨୦ତମ ସ୍ଥାନରେ ରହି ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ପୂର୍ବରୁ ବ୍ୟାଡମିଂଟନ ଏବଂ ଶୁଟିଂରେ ଭାରତୀୟ ଆଥଲେଟ ଖରାପ ପ୍ରଦର୍ଶନ କରିଥିଲେ ।
Comments are closed.