Latest Odisha News

BREAKING NEWS

ଦେଶର ଏହି ୫ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଅନେକ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହି ୫ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ରିପୋର୍ଟ ଅନୁଯାୟୀ କେରଳରେ ଅଦ୍ୟାବଧି ଯେତିକି କରୋନା ମାମଲା ବାହାରୁଛି ଏହା ଦେଶରେ ରିପୋର୍ଟ ହେଉଥିବା ଅନ୍ୟ ମାମଲାର ପ୍ରାୟ ଅଧା। କେବଳ ଗତ ସପ୍ତାହରେ କେରଳର ହାରାହାରି ଦୈନିକ ମାମଲା ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ପାଇଛି।

କେରଳ ସହ ଯୋଡି ହୋଇଛି ଆଉ ୪ ରାଜ୍ୟର ନାଁ। ଏହି ତାଲିକାରେ ଆନ୍ଧ୍ରପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ଏବଂ ତାମିଲନାଡୁ ମଧ୍ୟ ସାମିଲ୍‌ ଅଛି। ଏହି ୫ ରାଜ୍ୟରେ ଦୈନିକ ସଂକ୍ରମଣ ହାର ସର୍ବାଧିକ ରହୁଥିବା ଜଣାପଡ଼ିଛି।

ବର୍ତ୍ତମାନ ଭାରତରେ କୋଭିଡ ମାମଲାର ଏହି ଶ୍ରେଷ୍ଠ ୫ରୁ ଚାରି ରାଜ୍ୟରେ ଦୈନିକ ଟେଷ୍ଟ ମଧ୍ୟ ଗତ ସପ୍ତାହରେ ହ୍ରାସ ପାଇଛି। ଆନ୍ଧ୍ରପ୍ରଦେଶରେ ୧୨ ପ୍ରତିଶତ, କେରଳରେ ୧.୬ ପ୍ରତିଶତ, ମହାରାଷ୍ଟ୍ରରେ ୬.୬ ପ୍ରତିଶତ ଏବଂ ତାମିଲନାଡୁରେ ୨.୯ ପ୍ରତିଶତ ହ୍ରାସ ପାଇଛି।

ଲଗାତାର ଅଧିକ ସଂଖ୍ୟକ ମାମଲା ଆଗକୁ ଭାରତ ପାଇଁ ଅଧିକ ବିପଜନ୍ନକ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ, ଆମେରିକା ଏବଂ ବ୍ରିଟେନ ଭଳି ଦେଶ ତୃତୀୟ ତରଙ୍ଗ ଟ୍ରାକ୍‌ ଧରିଥିବା ଜଣାପଡିଛି।

Comments are closed.