Latest Odisha News

କୋଭାକ୍ସିନ ପାଇଁ କ୍ଲିନିକାଲ ଅଧ୍ୟୟନକୁ ବାତିଲ କଲା ବ୍ରାଜିଲ

ନୂଆଦିଲ୍ଲୀ: ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଅନଭିସା ସୋମବାର କହିଛି ଯେ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭିଡ୍‌ ବିରୋଧୀ ଟିକା କୋଭାକ୍ସିନ ପାଇଁ ଏକ କ୍ଲିନିକାଲ ଅଧ୍ୟୟନକୁ ବାତିଲ କରିଦିଆଯାଇଛି।

ଅନଭିସା ପକ୍ଷରୁ ସୋମବାର କୁହାଯାଇଛି ଯେ ଏହି ପରୀକ୍ଷା ଫଳସ୍ୱରୂପ ଆଗକୁ ବଢିପାରିବ ନାହିଁ। ଅନଭିସା ପୂର୍ବରୁ ଅସ୍ଥାୟୀ ଭାବରେ ପରୀକ୍ଷାକୁ ସ୍ଥଗିତ ରଖିଥିଲେ।

ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ପୂର୍ବରୁ ଭାରତର ଭାରତ ବାୟୋଟେକ୍ ଦ୍ବାରା ବିକଶିତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଆବେଦନକୁ ସ୍ଥଗିତ ରଖିଥିଲା।

ଆନ୍‌ଭିସା କହିଛି ଯେ ଟୀକା ପାଇଁ ବାଧ୍ୟତାମୂଳକ ଏବଂ ଆବଶ୍ୟକୀୟ ଦଲିଲ ସମ୍ପୂର୍ଣ୍ଣ ରୂପେ ଦାଖଲ କରାଯାଇନାହିଁ।

Leave A Reply

Your email address will not be published.