Latest Odisha News

BREAKING NEWS

ଟିକାକରଣରେ ରେକର୍ଡ ସୃଷ୍ଟି କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ କରୋନାର ଡେଲ୍‌ଟା ପ୍ରଜାତି ପ୍ରଭାବ ବିସ୍ତାର କରିଚାଲିଥିବା ବେ‌ଳେ ମହାରାଷ୍ଟ୍ରରୁ ଏକ ଆଶ୍ବସ୍ତିକର ଖବର ମିଳିଛି। କରୋନାରୁ ସୁରକ୍ଷା ପାଇବା ପାଇଁ ଟିକାକରଣକୁ ସରକାର ବେଶି ଗୁରୁତ୍ବ ଦେଉଛନ୍ତି। ଏତିକି ବେଳେ ମହାରାଷ୍ଟ୍ରରେ ପ୍ରାୟ ୧ କୋଟିରୁ ଅଧିକ ଲୋକ ଦୁଇଟି ଡୋଜ୍‌ କରୋନା ଟିକା ନେଇସାରିଥିବା ସୂଚନା ମିଳିଛି। ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୧,୦୦,୬୪,୩୦୮।

କଂଗ୍ରେସ ନେତା ପି ଚିଦାମ୍ବରମ୍ ଟ୍ୱିଟରରେ ରାଜ୍ୟକୁ ଅଭିନନ୍ଦନ ଜଣାଇଛନ୍ତି। “କୋଟି କୋଟି ଲୋକଙ୍କୁ ଦୁଇ ଡୋଜ ଟିକା ଦେବାରେ ପ୍ରଥମ ରାଜ୍ୟ ହୋଇଥିବାରୁ ମହାରାଷ୍ଟ୍ରକୁ ଅଭିନନ୍ଦନ!

ଏକ ସରକାରୀ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ସୋମବାର ଅପରାହ୍ନ ସୁଦ୍ଧା ୩,୭୫,୯୭୪ ଲୋକଙ୍କୁ ଟିକା ଦିଆଯାଇଥିଲା। ଏଥିରେ କୁହାଯାଇଛି ଯେ ରାଜ୍ୟରେ ୩.୧୬ କୋଟି ଲୋକ ଏପର୍ଯ୍ୟନ୍ତ କରୋନାଭାଇରସ୍ ବିରୋଧରେ ପ୍ରଥମ ଡୋଜ୍‌ ଟିକା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.