Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ T20 ସିରିଜ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର

କଲମ୍ବୋ(ଶ୍ରୀଲଙ୍କା): ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତି ଆଗକୁ ସିରିଜ ହାତେଇବା ଅଭିଯାନରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର । ଶ୍ରୀଲଙ୍କା ସହ ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ଲେଇଂ ଇଭେଲେନରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ ।

ପୃଥ୍ୱୀ ସ ଓ ସୂର୍ୟ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଡକରା ଆସିଥିବାରୁ ସେମାନେ ଆଜିର ମ୍ୟାଚ୍ ଖେଳିବେ ନା ବିଶ୍ରାମ ଦିଆଯିବ ତାଉପରେ ନଜର ରହିଛି । ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଥିବାରୁ ପୃଥ୍ୱୀ ସ ଓ ସୂର୍ୟ୍ୟକୁମାର ଯାଦବଙ୍କୁ ଖେଳାଯାଇପାରେ । ସିରିଜ ଜିତିଲେ ସେମାନଙ୍କୁ ତୃତୀୟ ମ୍ୟାଚରେ ବିଶ୍ରାମ ମିଳିପାରେ ।

ଏମାନଙ୍କ ବ୍ୟତୀତ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ସମ୍ଭାବନା ଥିଲେ ସାମନାକୁ ଆସୁଛି ଖରାପ ଫର୍ମରେ ଥିବା ସଞ୍ଜୁ ସାମସନଙ୍କ ନାଁ । ଆଜିର ମ୍ୟାଚରେ ପରିବର୍ତ୍ତନ ହେଲେ ଦେବଦତ୍ତ ପାଡିକଲ କିମ୍ବା ଋତୁରାତ ଗାଏକ୍ୱାଡଙ୍କ ସୁଯୋଗ ମିଳିପାରେ । ବୋଲିଂ ଭାର ଭୁବନେଶ୍ୱର କୁମାର, ଦୀପକ ଚହର, ଯୁଜବେନ୍ଦର ଚହଲ ଓ ବରୁଣ ଚକ୍ରବର୍ତ୍ତୀଙ୍କ କାନ୍ଧରେ ରହିବ ।

ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଏବେ ୧-୦ରେ ସିରିଜ ଆଗକୁ ରହିଛି ମେନ୍ ଇନ୍ ବ୍ଲୁ । ସେପଟେ ଶ୍ରୀଲଙ୍କା ବିଜୟ ଧାରାକୁ ଫେରିବା ପାଇଁ ଆଜିର ମ୍ୟାଚରେ ଭରପୁର ଉଦ୍ୟମ କରିବ ।

Leave A Reply

Your email address will not be published.