ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା କରୋନା ବିରୋଧରେ ୯୩ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ଏବଂ ୯୮ ପ୍ରତିଶତ ମୃତ୍ୟୁହାର ହ୍ରାସ କରିପାରେ ବୋଲି ଏଫ୍ଏମ୍ସି ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଏ ନେଇ ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନୀତି ଆୟୋଗ ସଦସ୍ୟ ଡା. ଭି.କେ ପଲ୍ ୧୫ ଲକ୍ଷ ଡାକ୍ତର ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଉପରେ କରାଯାଇଥିବା ଅଧ୍ୟୟନର ଫଳାଫଳ ଉପସ୍ଥାପନ କରିଥିଲେ।
ସେ କହିଛନ୍ତି ଯେ କୋଭିଶିଲ୍ଫ ଟିକା ନେଇଥିବା, “୯୩ ପ୍ରତିଶତଙ୍କ ସୁରକ୍ଷା ଦେଖାଯାଇଥିଲା। ଏହା ଦ୍ୱିତୀୟ ତରଙ୍ଗ ସମୟରେ ହୋଇଥିଲା ଯାହା ଡେଲଟା ଭାରିଆଣ୍ଟ ଦ୍ୱାରା ପରିଚାଳିତ ହୋଇଥିଲା। ୯୮ ପ୍ରତିଶତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଥଲା।
Comments are closed.