Latest Odisha News

BREAKING NEWS

ଡୋମିନୋଜ ପରେ ଆଇନକ୍ସର ବଡ ଘୋଷଣା, ଅଲିମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ବଡ ବଡ କମ୍ପାନୀ ମନଲୋଭା ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ମହିଳା ୱେଟଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କୁ ଡୋମିନୋଜ ମାଗଣା ପିଜା ଯୋଗାଇଦେବା ଘୋଷଣା କରିବା ପରେ ଆଜି ଆଇନକ୍ସ ଲୋଭନୀୟ ଅଫର ଦେଇଛି । ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଇନକ୍ସ ମାଗଣା ଫିଲ୍ମ ଦେଖାଇବ ।

ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଥଲେଟ ୧ ବର୍ଷ ପାଇଁ ମାଗଣା ଫିଲ୍ମର ଉପଭୋଗ କରିପାରିବେ । ମୀରାବାଇ ଟୋକିଓରୁ ଆସି ଘରେ ପଂହଚିବା ପରେ ତାଙ୍କ ପାଖକୁ ପିଜା ଆସି ଯାଇଥିଲା ଏବଂ ସେ ଖୁସିରେ ଏହାକୁ ଖାଉଥିବା ଫଟୋ ସୋସିଆଲ ସାଇଟରେ ଶେୟାର ହୋଇଛି ।

Leave A Reply

Your email address will not be published.