Latest Odisha News

BREAKING NEWS

ପୁଣି ଭୟଙ୍କର ଭୂସ୍ଖଳନ; ୪ ମୃତ ୩୬ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କିସ୍ତୱର‌ ବାଦଳଫଟା ବର୍ଷା ଯୋଗୁ ବିରାଟ ହୋଇଛି। ଭୂସ୍ଖଳନ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ବାଦଲଫଟା ବର୍ଷା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।

ଏହି ଖବର ପାଇବା ମାତ୍ରେ ପୋଲିସ, ସେନା, ଏନଡିଆରଏଫ, ନାଗରିକ ପ୍ରଶାସନ ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି।

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ନିଖୋଜ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.