Latest Odisha News

BREAKING NEWS

ଅନ୍‌ଲକ୍‌ ଓଡ଼ିଶା; ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ; ଖୋଲିବ ସଫିଙ୍ଗ୍‌ ମଲ୍‌

ଭୁବନେଶ୍ୱର: ଅଗଷ୍ଟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ପୂର୍ବରୁ ଲାଗୁ ହୋଇଥିବା କଟକଣା ଶେଷ ହେଉଥିବା ବେଳେ ଆଜି ନୂଆ ନିର୍ଦ୍ଦେଶାବଳୀ ଲାଗୁ ହୋଇଛି। କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଶନିବାର ଦିନ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ଅଗଷ୍ଟ ମାସରେ ରାତି ୮ରୁ ସକାଳ ୬ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।

BjdElectrycity

ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଚଳିତ ମାସ ଭୁବନେଶ୍ୱର, ପୁରୀ ଏବଂ କଟକରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

ରାଜ୍ୟର ପ୍ରାୟ ୨୭ଟି ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଅପେକ୍ଷାକୃତ କମ୍‌ ରହିଥିବା ବେଳେ ପୁରୀ, ଖୋର୍ଦ୍ଧା ଏବଂ କଟକରେ ସଂକ୍ରମଣ ହାର ଉଚ୍ଚରେ ରହୁଛି।

ସାରା ରାଜ୍ୟରେ ସପିଂ ମଲ୍ ଏବଂ ପାର୍କ ଖୋଲିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତଥାପି, ସାମାଜିକ, ଧାର୍ମିକ ଏବଂ ରାଜନୈତିକ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ।

Leave A Reply

Your email address will not be published.