Latest Odisha News

ଫେଲ୍‌ ମାରିଲା ୧୬ କୋଟିର ଇଞ୍ଜେକ୍ସନ; ଆଖିବୁଜିଲା ୧୧ ମାସର ଶିଶୁକନ୍ୟା

ମୁମ୍ବାଇ: ବଞ୍ଚାଇ ପାରିଲାନି ୧୬ କୋଟିର ଇଞ୍ଜେକ୍ସନ। ଶେଷରେ ଆଖିବୁଜିଲା ଜଣେ ୧୧ ମାସର ଶିଶୁ କନ୍ୟା। ଶିଶୁଟି ସ୍ପାଇନାଲ ମସ୍କୁଲାର ଟାଇପ୍‌-୧ ରୋଗରେ ପୀଡିତ ଥିଲା। ଆମେରିକାର ଏକ କମ୍ପାନୀରୁ ଏହି ବିରଳ ରୋଗ ପାଇଁ ୧୬ କୋଟି ଟଙ୍କାର ମାଗଣାରେ ଇଞ୍ଜେକ୍ସନ ଦିଆଯାଇଥିଲା।

BjdElectrycity

ଏହି କୁନି ଝିଅଟି ପୁଣେର ବେଦିକା ସିନ୍ଦେ। ବେଦିକାଙ୍କ ଏହି ବିରଳ ରୋଗ ବିଷୟରେ ଜାଣିବା ପରେ ତାଙ୍କ ବାପାମା ଭାଙ୍ଗି ପଡିଥିଲେ। ବେଦିକାର ଜୀବନ ବଞ୍ଚାଇବା ପାଇଁ ଉଭୟଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ତଥାପି ଆଶା ହରାଇନଥିଲେ ସେମାନେ।

ଏହାପରେ ବେଦିକାର ବାପା ମା’ ଚିକିତ୍ସା ପାଇଁ ସୋସିଆଲ୍‌ ମିଡିଆର ସହାୟତା ଲୋଡିଥିଲେ। ଏହାପରେ ଏହି କୁନି ଝିଅଟିକୁ ଆମେରିକାର ବିଶ୍ବର ସବୁଠୁ ଦାମିକା ତଥା ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯାଇଥିଲା।

ଜୁନ୍‌ ୧୫ରେ ବେଦିକାକୁ ଏହି ଇଞ୍ଜେକସନ୍‌ ଦିଆଯାଇଥିଲା। ଏହାପରେ ବେଦିକା ସୁସ୍ଥ ଅନୁଭବ କରୁଥିଲା। କିନ୍ତୁ ହଠାତ୍‌ ରବିବାର ବେଦିକାର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତୁରନ୍ତ ଡାକ୍ତରଖାନାକୁ ନିଯାଇଥିଲା। ଏହାପରେ ରବିବାର ରାତିରେ ବେଦିକାର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.