Latest Odisha News

BREAKING NEWS

ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ; ରିପୋର୍ଟ

ନୂଆଦିଲ୍ଲୀ: ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ ଦେଖିବାକୁ ମିଳିଛି। ଯେଉଁ ପିଲାମାନଙ୍କଠାରେ କୋଭିଡ-୧୯ ର ଲକ୍ଷଣ ଦେଖାଯାଏ ସେମାନେ ସାଧାରଣତ ୬ ଛଅ ଦିନ ପରେ ଭଲ ହୋଇଯାଆନ୍ତି। ପ୍ରାୟ ୪.୪ ପ୍ରତିଶତଙ୍କଠାରେ ଲକ୍ଷଣ ଦେଖାଯାଏ ଯାହା ଚାରି ସପ୍ତାହରୁ ଅଧିକ ରହିଥାଏ। ମଙ୍ଗଳବାର ଦିନ ଲାନସେଟ୍ ଚାଇଲ୍ଡ ଆଣ୍ଡ ଆଡୋଲେସନ୍ ହେଲ୍‌ଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ବ୍ରିଟେନର ଅଧ୍ୟୟନରୁ ଜଣାପଡିଛି।

ଅଭିଭାବକ ଏବଂ ଯତ୍ନକାରୀଙ୍କ ଦ୍ୱାରା ସ୍ମାର୍ଟଫୋନ୍ ଆପ୍ ମାଧ୍ୟମରେ ରିପୋର୍ଟ କରାଯାଇଥିବା ତଥ୍ୟ ଉପରେ ଆଧାର କରି ଏହି ଅଧ୍ୟୟନ କରାଯାଇଥିଲା। ସ୍କୁଲ ବୟସର ପିଲାମାନଙ୍କଠାରେ କୋଭିଡ୍‌-୧୯ ରୋଗର ପ୍ରଥମ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା।

Comments are closed.