Latest Odisha News

BREAKING NEWS

ନେପାଳ ସୀମା ନିକଟରୁ ଜବତ ହେଲା ୬୮୬ କୋଟି ଟଙ୍କାର ନିଶା ଦ୍ରବ୍ୟ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସ ଏବଂ ସୀମା ସୁରକ୍ଷା ବଳକୁ ଆଜି ବଡ ସଫଳତା ହାତ ଲାଗିଛି । ନେପାଳ ସୀମା ନିକଟରେ ଥିବା ମହାରାଜଗଂଜ ଜିଲ୍ଲାରେ ୬୮୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ଆନ୍ତର୍ଜାତୀୟ ତସ୍କରଙ୍କ ପର୍ଦ୍ଦାଫାସ ହୋଇଛି । ଏହି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ନେପାଳକୁ ପଠାଇବା ପାଇଁ ଯୋଜନା କରାଯାଉଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗୁପ୍ତା ଫେରାର ହୋଇଯାଇଛି ।

BjdElectrycity

୨୫ ଲକ୍ଷ ନିଶା ଇଂଜେକଶନ, ୨ ଲକ୍ଷ ଶିରପ, ୩୧ ଲକ୍ଷ କ୍ୟାପ୍ସୁଲ ଓ ଟ୍ୟାବଲେଟ ମିଳିଥିଲା । ଏହି ଆନ୍ତର୍ଜାତୀୟ ତସ୍କର ଭାରତ ଏବଂ ନେପାଳର ଯୁବକମାନଙ୍କୁ ଏହା କବଳରେ ପଡୁଥିଲା ବୋଲି ଜିଲ୍ଲାଧିକାରୀ ଉଜ୍ଜ୍ୱଳ କୁମାର କହିଛନ୍ତି ।

Leave A Reply

Your email address will not be published.