Latest Odisha News

STF ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ, ୩ ଗିରଫ

ଭୁବନେଶ୍ବର : STF ପଞ୍ଝାରେ ପୁଣି ବଜ୍ରକାପ୍ତା ବ୍ୟବସାୟୀ । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବ୍ୟବସାୟୀଙ୍କୁ ଗିରଫ କରିଛି STF । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା STF ଟିମ୍‌ । ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ବର ପାତ୍ରପଡାର ଖଗେଶ୍ବର ସାହୁ ଓ ଗଞ୍ଜାମ କାଂସମାରୀର ଭାଗିରଥୀ ବେହେରା । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରି ଚନ୍ଦକା ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ଅଭିଯୁକ୍ତ ମାନେ ହେଲେ କଟକ ବଡମ୍ବାର ଚିତ୍ରସେନ ସାହୁ, ପାତ୍ରପଡ଼ାର ଖଗେଶ୍ବର ସାହୁ,ଗଞ୍ଜାମର ଭାଗିରଥି ବେହେରା । ସେମାନଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି ।

Comments are closed.