ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ ।
ସିପିଆଇଏମଏଲର ଆଦିବାସୀ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ନାରାବାଜି କରିଥିଲେ । ଆଦିବାସୀ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଦିବାସୀଙ୍କୁ ଜଳ, ଜମି, ଜଙ୍ଗଲ ସହ ସେମାନଙ୍କ ମୌଳିକ ସମସ୍ୟା ଏବଂ ଗୁଡାରିଠାରେ ପାଣିଦଙ୍ଗର ପ୍ରକଳ୍ପ ନିର୍ମାଣ ପ୍ରମୁଖ ଦାବି ରହିଛି । ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତେଇ ଦେଇଛନ୍ତି ।
BREAKING NEWS
- କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି
- ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ
- ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ
- ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ
- ୨୪ ଘଣ୍ଟାରେ ମିଳିବ ତାତିରୁ ଆଶ୍ବସ୍ତି
- ଆସନ୍ତା କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ, ଥାନାରେ ଏତଲା
- ଚେସ ଖେଳାଳି କାସ୍ପାରୋଭ କହିଲେ ରାହୁଲ ଗାନ୍ଧୀଙ୍କ ସହ କେବଳ ମଜା କରିଥିଲି
- କେଉଁଠି ତାତି ତ କେଉଁଠି ବନ୍ୟା..
- ବଢିଲା ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ କେସ ରୁଜୁ କଲା ଇଡି