Latest Odisha News

BREAKING NEWS

ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ, ୨ ମୃତ

ବାରିପଦା: ଘାଟିରୁ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ ।

ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କର ବର୍ତ୍ତମାନ ପରିଚୟ ମିଳି ପାରିନାହିଁ । ପିଆଜ ବୋଝେଇ ଟ୍ରକ ନାସିକରୁ ପଶ୍ଚିମବଙ୍ଗ ଯାଉଥିଲା । ବାଙ୍ଗିରିପୋଷି ନିକଟ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି ।

Leave A Reply

Your email address will not be published.