Latest Odisha News

BREAKING NEWS

ହାତ ଛାଡ଼ିଲେ ସୁସ୍ମିତା ଦେବ, ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ ଇସ୍ତଫା

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ହଠାତ୍ ସେ କାହିଁକି ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ନିଜ ଟ୍ୱିଟର ବାୟୋ ବଦଳାଇଛନ୍ତି । କଂଗ୍ରେସର ପୂର୍ବତନ ସଦସ୍ୟ ବୋଲି ଲେଖିଛନ୍ତି ।

ନିଜ ଇସ୍ତଫାପତ୍ରରେ ସୁସ୍ମିତା କୌଣସି କାରଣ ଲେଖି ନାହାନ୍ତି । କେବଳ ଲେଖିଛନ୍ତି, ଲୋକସେବା କ୍ଷେତ୍ରରେ କିଛି ନୂଆ ଆରମ୍ଭ କରିବାକୁ ଯାଉଛି । ଏପରିକି କଂଗ୍ରେସ ହ୍ୱାଟସଆପ୍ ଗ୍ରୁପରୁ ବି ସେ ହଟିଯାଇଥିବା ସୂଚନା ମିଳିଛି ।

ସୁସ୍ମିତା ଦେବ ସର୍ବଭାରତୀୟ କଂଗ୍ରେସର ସଭାନେତ୍ରୀ ଥିଲେ । ଦଳ ପାଇଁ ବିଭିନ୍ନ ସମୟରେ ଆଗକୁ ଆସି ଯୁକ୍ତ ରଖୁଥିଲେ ସୁସ୍ମିତା । ହଠାତ୍ ସେ କଣ ପାଇଁ ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା । ନିକଟରେ ରାହୁଲ ଗାନ୍ଧିଙ୍କ ସହ ଟ୍ୱିଟର କିଛି କଂଗ୍ରେସ ନେତାଙ୍କପ ଆକାଉଣ୍ଟକୁ ସାମୟିକ ସସପେଣ୍ଡ କରିଥିଲା । ସେମାନଙ୍କ ଭିତରେ ସୁସ୍ମିତାଙ୍କ ଟ୍ୱିଟର ଆକାଉଣ୍ଟ ବି ଥିଲା ।

Leave A Reply

Your email address will not be published.