Latest Odisha News

BREAKING NEWS

ପଓ୍ୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍-୧୨ ବିଜେତା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆଲ୍ ଆଇଡଲ ସିନିଜ ୧୨ରେ ବାଜି ମାରିଲେ ଉତ୍ତରାଖଣ୍ଡର ପଓ୍ୱନଦୀପ ରାଜନ । ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଛନ୍ତି । ଫିନାଲେରେ ଥିଲେ ମୋଟ୍ ୬ ଜଣ ପ୍ରତିଯୋଗୀ  ।

ଅରୁଣିତା କାଞ୍ଜିଲାଲ୍, ସାୟଲି କାମ୍ବଲେ, ନିହାଲ୍ ତାଉରୋ, ମହମ୍ମଦ ଦାନୀଶ ଓ ଶାନମୁଖପ୍ରିୟାଙ୍କ ମଧ୍ୟରେ କଡ଼ା ମୁକାବିଲାରେ ରିଆଲିଟି ସୋ ବାଜିଗର ହୋଇଛନ୍ତି ପୱନଦୀପ ରାଜନ । ଟ୍ରଫି ସହ ତାଙ୍କୁ ଏଲ ଲକଜୁରୀ କାର୍ ଓ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଦ୍ୱିତୀୟ ସ୍ଥାନରେ ଅରୁଣିତା କାଞ୍ଜିଲାଲା, ତୃତୀୟ ସ୍ଥାନରେ ସାୟଲି କାମ୍ବଲେ । ଚତୁର୍ଥ ସ୍ଥାନରେ ମହମ୍ମଦ ଦାନୀଶ, ପଞ୍ଚମ ସ୍ଥାନରେ ନିହାଲ ଓ ସବୁଠୁ କମ୍ ଭୋଟ ସହ ଷଷ୍ଠ ସ୍ଥାନରେ ରହିଥିଲେ ଶାନମୁଖାପ୍ରିୟା । ଇଣ୍ଡିଆନ୍ ଆଇଡଲ୍ ଫିନାଲେରେ ସ୍ଥାନ ପକ୍କା କରିବାକୁ ସମସ୍ତ ପ୍ରତିଯୋଗୀଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା ।

୮ ମାସ ଧରି ଚାଲିଥିଲା ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ଏହି ମହାମୁକାବିଲା । କରୋନା କାଳରେ ସୋ ଆୟୋଜନ କରିବା ବି ଚ୍ୟାଲେଞ୍ଜିଂ ଥିଲା । ସୁଟିଂ ଓ ଲୋକେସନ୍ ବଦଳାଇବାକୁ ବି ପଡ଼ିଥିଲା । ସିଜିନ୍ ୧୨ରେ ମୁଣ୍ଡ ଟେକିଥିଲା ବିବାଦ । ପ୍ରତିଯୋଗୀ, ବିଚାରକ ଓ ଅତିଥିଙ୍କୁ ବି ଟ୍ରୋଲ ହେବାକୁ ପଡ଼ିଥିଲା । ବହୁ ପରିସ୍ଥିତିର ସାମନା କରିବା ପରେ ଶେଷରେ ଇଣ୍ଡିଆନ୍ ଆଇଡଲ୍ ସିଜିନ-୧୨ର ବିଜେତା ହୋଇଛନ୍ତି ପଓ୍ୱନଦୀପ ରାଜ ।

Leave A Reply

Your email address will not be published.