Latest Odisha News

BREAKING NEWS

କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : ବିଜେଡିରୁ ଟିକେଟ ନପାଇ ଦଳ ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗଦେବା ନେଇ ସ୍ପଷ୍ଟ ହୋଇଛି ।

ଏନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ପ୍ରତ୍ୟୁଷା କଂଗ୍ରେସରେ ସାମିଲ ହେବା ନେଇ ଏକ ଚିଠି ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୩ କିମ୍ବା ୨୪ ତାରିଖରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି ।

ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ “ପ୍ରତ୍ୟୁଷା କେଉଁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ, ସେନେଇ ସ୍ପଷ୍ଟ ହୋଇନାହିଁ । ଯେହେତୁ ଆମେ କନ୍ଧମାଳ ଆସନ ଲାଗି ଚୂଡାନ୍ତ ପ୍ରାର୍ଥୀ ଘୋଷଣା କରିସାରିଛୁ ସେଥିପାଇଁ ସେ ନୟାଗଡ କିମ୍ବା ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି” ।

ଉଲ୍ଲେଖଯୋଗ୍ୟ ପ୍ରତ୍ୟୁଷା ନୟାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢିବା ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଥିଲେ । ବିଜେଡି ପକ୍ଷରୁ ଏହି ଆସନରୁ ତାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.