ଲଣ୍ଡନ: ପୋଷା ବିଲେଇର ମିଆଁଉ ମିଆଁଉ ଯୋଗୁ ଜଣେ ବୃଦ୍ଧା ମହିଳାଙ୍କ ଜୀବନ ବଂଚାଇବା ସମ୍ଭବପର ହୋଇଛି । କର୍ଣ୍ଣୱାଲ ନାମକ ସ୍ଥାନରେ ଉକ୍ତ ମହିଳାଜଣଙ୍କ ତାଙ୍କ ପରିବାର ସହିତ ରହୁଥିଲେ । ଘଟଣା ଦିନ ସେ ଘରୁ ବାହାରକୁ ଯାଉଥିବା ବେଳେ ଏକ ୭୦ ଫୁଟର ଗାତ ଭିତରେ ପଡି ଯାଇଥିଲେ । ବହୁତ ଚେଷ୍ଟା କଲେ ମଧ୍ୟ ସେ ଉପରକୁ ଆସିପାରି ନ ଥିଲେ । ଏହା ପରେ ଘରର କେୟାରଟେକର ମହିଳାଜଣକ ନିଖୋଜ ଥିବା ଥାନାରେ ଜଣାଇଥିଲେ । ତେବେ ତାଙ୍କ ପୋଷା ବିଲେଇ ବାରମ୍ବାର ଉକ୍ତ ସ୍ଥାନରୁ ଘର ନିକଟକୁ ଆସି ବୋବାଇବାକୁ ଲାଗିଥିଲା ।
ଏହା ଦେଖି ପଡିଶାଘର ଲୋକେ ସୂଚନା ଦେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପଂହଚିଥିଲେ । ବିଲେଇକୁ ଅନୁସରଣ କରିବା ପରେ ବହୁ କଷ୍ଟରେ ମହିଳାଜଣଙ୍କୁ ବଂଚା ଯାଇ ପାରିଥିଲା । ପୋଷା ବିଲେଇର ଏହି କାର୍ଯ୍ୟକୁ ଏବେ ସବୁଠାରେ ପ୍ରଶଂସା କରାଯାଉଛି ।
Comments are closed.