Latest Odisha News

BREAKING NEWS

ଭାରତରେ କିଶୋରମାନଙ୍କଠାରେ ସିଙ୍ଗଲ୍ ଡୋଜ୍‌ ଟିକା ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜେ ଆଣ୍ଡ ଜେ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଦ୍ବାରା ବିକଶିତ ଟିକା ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO)କୁ ୧୨ ରୁ ୧୭ ବର୍ଷ ବୟସର କିଶୋରମାନଙ୍କଠାରେ କରୋନାର ସିଙ୍ଗଲ୍ ଡୋଜ୍‌ ଜନସନ୍ ଟିକା ଉପରେ ଅଧ୍ୟୟନ କରିବାକୁ ଅନୁମତି ଲୋଡିଛନ୍ତି।

କିଶୋରମାନଙ୍କ ମଧ୍ୟରେ କରୋନାଭାଇରସ୍ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ଜରୁରୀ ବୋଲି ଜେ ଆଣ୍ଡ ଜେ ଏକ ବିବୃତ୍ତିରେ କହିଛନ୍ତି।

ଜେ ଆଣ୍ଡ ଜେ ଦ୍ବାରା ବିକଶିତ ହୋଇଥିବା ସିଙ୍ଗଲ୍‌-ଡୋଜ ଟିକା, ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଗୁରୁତର ରୋଗକୁ ରୋକିବାରେ ୮୫ ପ୍ରତିଶତ ଫଳପ୍ରଦ ବୋଲି ଦର୍ଶାଯାଇଛି।

ଏହାପୂର୍ବରୁ  ଜେ ଆଣ୍ଡ ଜେ ସୂଚନା ଦେଇଥିଲା ଯେ ଭାରତରେ ଏହାର ସିଙ୍ଗଲ୍‌-ଡୋଜ୍ କରୋନା ଟିକା ଜନସନ୍‌ ଆଣ୍ଡ ଜନସନ୍‌ର ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଆବେଦନ କରିଛି।

Comments are closed.