Latest Odisha News

BREAKING NEWS

ଚମ୍ପଟ୍ ମାରିଲା ଚାଇନା କମ୍ପାନୀ, ଫସିଗଲେ ଆଇଓସିଏଲ୍ ଠିକାଦାର

ପାରାଦ୍ୱୀପ: ଏକ ଚାଇନା କମ୍ପାନୀ ପାଇଁ ଦ୍ୱନ୍ଦରେ ପଡିଛନ୍ତି ଆଇଓସିଏଲର ସବ୍‌-କଣ୍ଟ୍ରାକ୍ଟର । ବକୈୟା ୧୨ କୋଟିରୁ ଅଧିକ ଟଙ୍କା ଦାବିରେ ଆଇଓସିଏଲ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ଘଟଣା ପଛର ପ୍ରଛଦପଟ୍ଟ କାହାଣୀ ଯେତିକି ରହସ୍ୟମୟ ସେତିକି ସନ୍ଦେହଜନକ ମଧ୍ୟ ।

ଆଇଓସିଏଲର ପିପି ପ୍ଲାଣ୍ଟ ନିର୍ମାଣ ର କାର୍ଯ୍ୟାଦେଶ ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି (ଚାଇନା କୁନ୍‌ଲୁନ୍ କଣ୍ଟ୍ରାକ୍ଟିଂ ଆଣ୍ଡ ଇଂଜିନିଅରିଂ କର୍ପୋରେସନ୍‌) ପାଇଥିଲା । ଏହି କମ୍ପାନୀ ସ୍ଥାନୀୟ ଯୁବକମାନଙ୍କୁ ସବ୍‌-କଣ୍ଟ୍ରାକ୍ଟର ଭାବେ ନିଯୁକ୍ତ କରି ପିପି ପ୍ଲାଣ୍ଟର କାର୍ଯ୍ୟ କରିଥିଲା। ଆଇଓସିଏଲରେ ଜମି ହରାଇ କିଛି ଟଙ୍କା ପାଇଥିବା ଯୁବକମାନେ ଲାଭ ଆଶାରେ ଏଥିରେ କାର୍ଯ୍ୟ କରିଥିଲେ। ମାତ୍ର ସମ୍ପୃକ୍ତ କମ୍ପାନୀ କାମ ସରିବା ପରେ ଏମାନଙ୍କ ଟଙ୍କା ଦେଇନଥିଲା । ଫଳରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଚାଇନା କମ୍ପାନୀକୁ ୨୦୧୯ ମସିହାରେ ଅଟକ ରଖିଥିଲେ । ଉକ୍ତ ସମୟରେ ଆଇଓସିଏଲ କତ୍ତୃପକ୍ଷ ସେମାନଙ୍କର ବକେୟା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ।

ମାତ୍ର ଘଟଣାକୁ ୨ ବର୍ଷ ବିତିଥିଲେ ମଧ୍ୟ ଆଇଓସିଏଲ ସେମାନଙ୍କୁ ଟଙ୍କା ଦେଉନାହିଁ। ଯାହାକୁ ନେଇ ଆଜି ୧୧ ଜଣ ସବ୍‌-କଣ୍ଟ୍ରାକ୍ଟର ଓ ତାଙ୍କ ଶ୍ରମିକମାନଙ୍କୁ ଧରି ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଯଦି ତୁରନ୍ତ ସେମାନଙ୍କ ବକେୟା ପ୍ରଦାନ କରା ନଯାଏ, ତେବେ ଖୁବ୍ ଶୀଘ୍ର ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.