ନୂଆଦିଲ୍ଲୀ: ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବୟାନ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀରକୁ ତାଲିବାନ ସହ ତୁଳନା କରି ସେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ ଏଠାକାର ଲୋକେ ବିଗିଡିଯିବେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆର୍ଟିକିଲି ୩୭୦ ହଟିବା ପରେ ଏଠାକାର ଲୋକଙ୍କ ମନରେ ଅସନ୍ତୋଷ ଭାବ ରହିଛି ବୋଲି ସେ କହିଛନ୍ତି ।
ତେବେ ପ୍ରକୃତ କଥା ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କ ମାଆ ଗୁଲଶନ ନଜରିଙ୍କୁ ଜେରା କରିବା ପରେ ସେ ପ୍ରତିକ୍ରିୟାଶୀଳ ଏହି ବୟାନ ଦେଇଛନ୍ତି । ସମ୍ବିଧାନକୁ ରକ୍ଷା କରିବା ପାଇଁ ଯାହା ସବୁ ଉଦ୍ଦିଷ୍ଟ ରହିଛି ତାହାର ଦୂରୂପଯୋଗ କରା ନ ଯାଉ ବୋଲି ସେ କହିଛନ୍ତି ।
Comments are closed.